ଓଡ଼ିଶାରେ ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର ପରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ କମ୍ପାନୀ, ୧୯୫୬ କମ୍ପାନୀ ଅଧିନିୟମ ଅନୁସାରେ ୧୯୯୫ ଏପ୍ରିଲ୍ ୨୧ ରେ ସ୍ଥାପିତ ହୋଇଥିଲା।
ଏହାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା –
ଓଡ଼ିଶା ରାଜ୍ୟରେ ଏବଂ ଆବଶ୍ୟକ ସ୍ଥଳେ ଅନ୍ୟ ସ୍ଥାନରେ ଜଳବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ତାପଜ ବିଦ୍ୟୁତ୍ ଓ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ସହିତ ଅନ୍ୟାନ୍ୟ ଅଣପାରମ୍ପରିକ ଶକ୍ତି ଉତ୍ସ ଆଧାରିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ସ୍ଥାପନ, ଅଧିଗ୍ରହଣ, ପରିଚାଳନା, ରକ୍ଷାବେକ୍ଷଣ, ପୁନରୁଦ୍ଧାର ଓ ଆଧୁନିକୀକରଣ କରିବା।
ଜଳବିଦ୍ୟୁତ୍, ତାପଜ ବିଦ୍ୟୁତ୍, ପରମାଣୁ ବିଦ୍ୟୁତ୍ ଓ ଅନ୍ୟାନ୍ୟ ଅଣପାରମ୍ପରିକ ଶକ୍ତି ଉତ୍ସ ଆଧାରିତ ବିଦ୍ୟୁତ୍ ଶକ୍ତିର କ୍ରୟ, ବିକ୍ରୟ, ଆମଦାନି, ରପ୍ତାନି, ଉତ୍ପାଦନ, ବ୍ୟବସାୟ, ଅଥବା ଯେ କୌଣସି ପ୍ରକାରର ବ୍ୟବସାୟ କରିବା।
ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର କାର୍ଯ୍ୟପଦ୍ଧତିରେ ଉନ୍ନତି ପାଇଁ ଅଧ୍ୟୟନ, ତଦନ୍ତ, ସୂଚନା ଓ ତଥ୍ୟ ସଂଗ୍ରହ, ଗବେଷଣା, ଯୋଜନା ପ୍ରସ୍ତୁତି, ନକ୍ସା , ସମ୍ଭାବ୍ୟତା ରିପୋର୍ଟ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି କରିବା। ଏହା ସହିତ କାର୍ଯ୍ୟରେ ଥିବା ଅସୁବିଧା ଓ ଦୁର୍ବଳତାକୁ ଚିହ୍ନଟ କରି ସେଗୁଡ଼ିକର ସମାଧାନ ଉପାୟ ଦେବା ଓ ଅନ୍ୟ ସଂସ୍ଥା ପାଇଁ ମଧ୍ୟ ଜଳବିଦ୍ୟୁତ୍ , ତାପଜ ବିଦ୍ୟୁତ୍ ଓ ପରମାଣୁ ବିଦ୍ୟୁତ୍ କେନ୍ଦ୍ର କିମ୍ବା ଅନ୍ୟାନ୍ୟ ଶକ୍ତି ଆଧାରିତ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନରେ ସହଯୋଗ କରିବା।
ମୁଖ୍ୟ ଉଦ୍ଦେଶ୍ୟ ପୂରଣ ପାଇଁ ସହାୟକ କାର୍ଯ୍ୟରୂପେ ବିଦ୍ୟୁତ୍ ବ୍ୟବସାୟ ସହିତ ସମ୍ପୃକ୍ତ କମ୍ପାନୀ କିମ୍ବା ବ୍ୟବସାୟକୁ ଅଧିଗ୍ରହଣ କରିବା, ପ୍ରଯୁକ୍ତିଗତ ଜ୍ଞାନ ଅର୍ଜନ କରିବା, ପରାମର୍ଶ ସେବା ଦେବା ଏବଂ କେନ୍ଦ୍ର ସରକାର କିମ୍ବା ଯେକୌଣସି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟୋଗୀ ଭାବେ କାମ କରିବା।
ସଂକ୍ଷିପ୍ତ ତଥ୍ୟ
- କମ୍ପାନୀ ଆଇନ ୨୧.୦୪.୧୯୯୫ ଅନୁସାରେ ନିବନ୍ଧିତ
- ବାଣିଜ୍ୟିକ କାର୍ଯ୍ୟ ଆରମ୍ଭର ବର୍ଷ ୧୯୯୬-୧୯୯୭
- ଜଳବିଦ୍ୟୁତ୍ ସମ୍ପତ୍ତି ହସ୍ତାନ୍ତର ତାରିଖ ( ମାଛକୁଣ୍ଡ ବ୍ୟତୀତ ) ୦୧.୦୪.୧୯୯୬
- ମାଛକୁଣ୍ଡର ଓଡ଼ିଶା ଅଂଶ ହସ୍ତାନ୍ତର (୩୪.୫ ମେଗାୱାଟ) ୦୧.୦୪.୧୯୯୭
- ସମ୍ପତ୍ତି ହସ୍ତାନ୍ତର ସମୟରେ ସ୍ଥାପିତ କ୍ଷମତା ୧୨୭୨ ମେଗାୱାଟ
- ବର୍ତ୍ତମାନର ସ୍ଥାପିତ କ୍ଷମତା (MHEP ଅଂଶକୁ ବାଦ୍ ଦେଇ) ୨୦୯୯.୮ ମେଗାୱାଟ୍
- ଡିଜାଇନ୍ ଏନର୍ଜି ( OHPC + ମାଛକୁଣ୍ଡ ) (୫୬୭୬ + ୨୬୨.୫୦) MU
- ସର୍ବାଧିକ କ୍ଷମତା ୮୦୦ ମେଗାୱାଟ୍ ରୁ ୧୮୦୦ ମେଗାୱାଟ୍ ମଧ୍ୟରେ